ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କଲେ ଏକତରଫା କରୁଥିବା ପ୍ରେମିକ । ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଭରତପୁରର ଅରୁଣ ନାୟକ ଓ ବିଶ୍ୱଜିତ୍ ନାୟକ ବୋଲି ଜଣାପଡିଛି । ତେବେ ଭରତପୁର ଥାନା ଅଞ୍ଚଳରେ ରହି ଛାତ୍ରୀ ଜଣଙ୍କ ଇଞ୍ଜିନିୟରି ପଢୁଥିଲେ । ମୁଖ୍ୟ ଅଭିଯୁକ୍ତ ଅରୁଣ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ।
ଅନେକ ସମୟରେ ତାଙ୍କ ବାଟ ଘାଟରେ ଅଟକାଇ ପ୍ରେମ ନିବେଦନ କରୁଥିଲେ । ହେଲେ ଛାତ୍ରୀ ଜଣଙ୍କ ଏହି ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରୁଥିଲେ । ଶେଷରେ ଅରୁଣ ପ୍ରତିଶୋଧ ପରାୟଣ ହୋଇ ଶନିବାର ସକାଳେ ଛାତ୍ରୀ ଜଣଙ୍କ କଲେଜ ଯିବା ସମୟରେ ସାଥୀ ବିଶ୍ୱଜିତ ସହାୟତାରେ ଏକ ଅଟୋରେ ଅପହରଣ କରି ନେଇଥିଲେ । ଅଧାବାଟରେ ଅରୁଣ ବିଶ୍ୱଜିତଙ୍କୁ ଓହ୍ଲାଇ ଦେଇ ଛାତ୍ରୀଙ୍କୁ ନେଇ ତାଙ୍କୁ ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଘଟଣାସ୍ଥଳରୁ ପୀଡିତା ଜଣଙ୍କ କୌଶଳକ୍ରମେ ଖସି ଆସି ଭରତପୁର ଥାନାରେ ଅଭିଯୋଗ କରିଥିଲେ ।





