ଇ-କେୱାଇସି କରିନଥିଲେ କାଲି ଠାରୁ ମିଳିବନି ରାସନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇ-କେୱାଇସି କରିନଥିଲେ କାଲି ଠାରୁ ମିଳିବନି ରାସନ । ତେବେ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୫୭ ହଜାର ୨୬୫ ଜଣ ଇ-କେୱାଇସି କରିନାହାନ୍ତି । ଏତେ ସଂଖ୍ୟକ ଲୋକଙ୍କ ଭିତରୁ କେତେ ଜଣଙ୍କ ରାସନ ବନ୍ଦ ହେବ ତାହା ସରକାରଙ୍କୁ ଅକଳରେ ପକାଇଛି । ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ଇ-କେୱାଇସି କରିନଥିଲେ ।

ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ୧୫ ଦିନରେ ମାତ୍ର ୭୩, ୧୦୬ ଜଣଙ୍କ ଇ-କେୱାସି ହୋଇଛି। ତେଣୁ ଆଉ ଦିନକରେ କେତେ ଜଣ ଇ-କେୱାଇସି କରିପାରିବେ ତାହା ଏବେ ଚିନ୍ତାର କାରଣ ହୋଇଛି ।

Related Posts