ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି କ୍ୱିଣ୍ଟାଲ ପିଛା ଏମ୍ଏସ୍ପି ୩୧୦୦ ବଦଳରେ ମିଳିବ ୩୧୬୯ ଟଙ୍କା । ବର୍ଦ୍ଧିତ ଏମ୍ଏସ୍ପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଏଣିକି ୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ଟଙ୍କା ଦେବେ ସରକାର । ଗ୍ରେଡ଼ ଏ ଧାନ କ୍ୱିଣ୍ଟାଲ ପିଛା ମିଳିବ ୩୧୮୯ ଟଙ୍କା । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମ୍ଏସ୍ପି ୨୩୬୯ ଟଙ୍କା ସ୍ଥିର କରିଥିବା ବେଳେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସବସିଡ୍ ଦେଉଛନ୍ତି ।





