ଓଡ଼ିଶା ଉପରେ ବିପଦ ନାହିଁ, ଆମେମାନେ ସୁରକ୍ଷିତ ଅଛୁ: ଆଇନ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶ ସ୍ତବ୍ଧ ହେଇଯାଇଛି । ଏହା ମଧ୍ୟରେ ପୋଲିସ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଭାବରେ ସୁରକ୍ଷାକୁ ଅଧିକ ମାତ୍ରାରେ ବୃଦ୍ଧି କରାଯାଇଛି । ରାଜ୍ୟର ସମସ୍ତ ରେଲୱେ ଷ୍ଟେସନ, ବିମାନବନ୍ଦରରେ ମଧ୍ୟ ସୁରକ୍ଷାକୁ ବୃଦ୍ଧି କରାଯାଇଛି ।

ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥପତି ନିକଟରେ ମଧ୍ୟ ସୁରକ୍ଷାକୁ ବଢ଼ାଯିବ । ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଚେକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଉପରେ ବିପଦ ନାହିଁ, ଆମେମାନେ ସୁରକ୍ଷିତ ଅଛୁ । ସମସ୍ତ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Related Posts