କରୋନା କବଳରେ ପ୍ରତିରକ୍ଷା ମନ୍ତ୍ରୀ, ଟ୍ବିଟ କରି ଦେଲେ ସୂଚନା

ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କରୋନା କବଜାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ଅପରାହ୍ନରେ ତାଙ୍କ ନମୂନା ପରୀକ୍ଷାରୁ ସେ ସଂକ୍ରମିତ ହୋଇଥିବା ନେଇ ଜଣାପଡିବା ପରେ, ସେ ଏବେ ସଙ୍ଗରୋଧରେ ଥିବା ନେଇ ନିଜେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ରାଜନାଥ କହଛନ୍ତି, ତାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବାରୁ ସେ ପରୀକ୍ଷା କରାଇଥିଲେ ।

ତେବେ ରିପୋର୍ଟରେ ସେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେ ସଙ୍ଗରୋଧରେ ରହିଛନ୍ତି । ଦେଶରେ କରୋନାର ତୃତୀୟ ଲହର ଆସିଥିବା ବେଳେ ଦିନକୁ ଦିନ ଲକ୍ଷାଧିକ ନୂଆ ମାମଲା ସାମ୍ନାକୁ ଆସିଛି । ତେବେ କୋରୋନା କବଳରେ ପ୍ରତିରକ୍ଷା ମନ୍ତ୍ରୀ ଆସିଥିବା ବେଳେ ଅନେକ ନେତା ତାଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Related Posts