କର୍ମୀ ଓ ବରିଷ୍ଠ ନେତାଙ୍କ ସହଯୋଗ ଲୋଡ଼ିଲେ ପିସିସି ସଭାପତି; ସହାୟତା ପାଇଁ ଜାରି କଲେ ମୋବାଇଲ ନମ୍ବର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପ ନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଛି । ଏସବୁ ଭିତରେ କର୍ମୀ ଓ ବରିଷ୍ଠ ନେତାଙ୍କ ସହଯୋଗ ଲୋଡ଼ିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ ।ଏକ ପ୍ରେସ ରିଲିଜ ଜରିଆରେ ପିସିସି ସଭାପତି କହିଛନ୍ତି ଯେ, ନୂଆପଡ଼ା ପ୍ରାର୍ଥୀ ଘାସୀରାମ ମାଝୀଙ୍କ ବିଜୟ ପାଇଁ ସେ ଯୋଜନା ବଦ୍ଧ ଭାବେ ପ୍ରଚାର କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଚାର ଅଭିଯାନର ମଙ୍ଗ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସୁଜିତ କୁମାର ପାଢ଼ୀଙ୍କୁ ପ୍ରଦାନ କରାଯାଇଛି । ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ପ୍ରଚାର ଓ‌ ଶୋଭାଯାତ୍ରରେ ଶ୍ରୀ ପାଢୀଙ୍କୁ ସହଯୋଗ କରିବା ପାଇଁ ନେତା ଏବଂ କର୍ମୀଙ୍କୁ ଅନୁରୋଧ କରିଛନ୍ତି ।

ଏଥିପାଇଁ ତାଙ୍କ ମୋବାଇଲ ୯୪୩୭୦୩୦୭୪୩ରେ ସୂଚୀତ କରିବାକୁ କୁହାଯାଇଛି । ଅନ୍ୟପଟେ ନିର୍ବାଚନ ପରିଚାଳନା ନିମନ୍ତେ ଆବଶ୍ୟକ ଅର୍ଥ ସଂଗ୍ରହ ପାଇଁ ମଧ୍ୟ କିଛି ବନ୍ଧୁଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ପିସିସି ସଭାପତି । ଏଥି ସହିତ ଯେଉଁ ବନ୍ଧୁମାନେ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପଙ୍କୁ ଏହି ମୋବାଇଲ (୯୪୩୭୧୭୦୧୦୨) ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

Related Posts