କାମରୁ ଫେରୁଥିବା ସମୟରେ ଯୁବତୀଙ୍କ ମୁହଁରେ ସ୍ପ୍ରେ ମାରି କଲେ ଦୁଷ୍କର୍ମ; ଦୁଇ ଯୁବକ ଅଟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାମରୁ ଫେରୁଥିବା ସମୟରେ ଯୁବତୀଙ୍କ ମୁହଁରେ ସ୍ପ୍ରେ ମାରି କଲେ ଦୁଷ୍କର୍ମ । ଦୁଇ ଯୁବକ ଅଟକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଫାଣ୍ଡି ଅଞ୍ଚଳରେ ଏପରି ହେଇଥିବାର ସୂଚନା ମିଳିଛି । ତେବେ ହିକୁଡି ଗାଁ ନିକଟରେ ଥିବା ଟାଟା ମୋଟର୍ସର ଜଣେ ମହିଳା କର୍ମଚାରୀଙ୍କୁ ଏହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଯୁବତୀ ଜଣକ ଗତ କାଲି ସନ୍ଧ୍ୟାରେ କାମ ସାରି ଫେରୁଥିବା ସମୟରେ ଆଇଟିଆଇ ନିକଟରେ ତିନିଜଣ ମୁଖା ପିନ୍ଧା ଯୁବକ ଆସି ପ୍ରଥମେ ତାଙ୍କୁ ଟଣା ଓଟରା କରିବା ସହ ତାଙ୍କ ମୁହଁରେ ସ୍ପ୍ରେ କରିଦେଇଥିଲେ। ପରେ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ ଯୁବକମାନଙ୍କୁ ଚିହ୍ନି ନଥିବା କହିଥିଲେ ବି ପୋଲିସ ଦୁଇ ଜଣ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବୀରମହାରାଜପୁର ଏସଡିପିଓ ସୂଚନା ଦେଇଛନ୍ତି।

Related Posts