ଗୁଣପୁର ସହରରେ ଥିବା ବେଆଇନ କ୍ଲିନିକ୍ ଉପରେ ଉପଜିଲ୍ଲାପାଳଙ୍କ ଚଢ଼ଉ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଣପୁର ସହରରେ ଥିବା ବେଆଇନ କ୍ଲିନିକ୍ ଉପରେ ଉପଜିଲ୍ଲାପାଳଙ୍କ ଚଢ଼ଉ । ଚଢ଼ଉ ବେଳେ କୌଣସି କାଗଜ ପତ୍ର ନଥାଇ କ୍ଲିନିକ୍ ଚାଲୁଥିବା ସେ ଦେଖିବାକୁ ପାଇଥିଲେ। ସେପଟେ ଅନିୟମିତତା ଦେଖି ଉପଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ସହ ସ୍ଥାନୀୟ ପୁଲିସ ମଧ୍ୟ ଚଢ଼ଉ ବେଳେ ଉପସ୍ଥିତ ଥିଲେ। ସମ୍ପୂର୍ଣ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related Posts