ଚପଲ୍ କିଣିବା ବାହାନାରେ ଡାକି ନେଇ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚପଲ୍ କିଣିବା ବାହାନାରେ ଡାକି ନେଇ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳରୁ । ତେବେ ଚପଲ୍ କିଣିବା ବାହାନାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସଂପର୍କୀୟ ଭାଇ ଡାକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକାଙ୍କ ଦାଦା ଦାରିଙ୍ଗବାଡ଼ି ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ତେବେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ନାବାଳିକାଙ୍କ ବାପାମାଆ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ସେ ତାଙ୍କ ଚାରି ଛୋଟ ଭାଇଭଉଣୀଙ୍କ ସହ ନିଜ ଗାଁରେ ରହୁଥିଲେ । ଭାଇଭଉଣୀଙ୍କ ଭରଣପୋଷଣ ଦାୟିତ୍ଵ ନେବା ସହ ନିଜେ ବି ଏକ ବିଦ୍ୟାଳୟରେ ପଢୁଛନ୍ତି ।

Related Posts