ଛଟ୍ ପୂଜାର ଅନ୍ତିମ ଦିବସରେ ବାଲିଯାତ୍ରା ପଡ଼ିଆରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛଟ୍ ପୂଜାର ଅନ୍ତିମ ଦିବସରେ ବାଲିଯାତ୍ରା ପଡ଼ିଆରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ। ୪ଦିନର ଏହି ମହାପର୍ବ ୨୫ଅକ୍ଟୋବରରୁ ଆରମ୍ଭ ହୋଇଥିଲା । ଆଜି ଉଦୟ ସୂର୍ଯ୍ୟଙ୍କୁ ଉଷା ଅର୍ଘ୍ୟ ଅର୍ପଣ କରାଯାଇଛି । ସକାଳ ୬ଟା ୨୭ ପର୍ଯ୍ୟନ୍ତ ଅର୍ଘ୍ୟ ଦେବାର ସମୟ ଥିଲା । ଏହି ଅବସରରେ ଦେଶ ବିଦେଶରେ ଛଟ୍ ପୂଜା ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ମଞ୍ଚେଶ୍ବର ନୂଆ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଛଟ୍ ଉତ୍ସବରେ ଯୋଗ ଦେଇଛନ୍ତି। ଏଠାରେ ସାମୁହିକ ଅର୍ଘ୍ୟ ଅର୍ପଣ କରାଯାଇଛି ।

Related Posts