ଜାତିଜନଗଣନାକୁ ନେଇ କ୍ରେଡିଟ୍ ଲଢେଇ; ବିଜେପି- କଂଗ୍ରେସ ହେଲେ ମୁହାଁମୁହିଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାତିଜନଗଣନାକୁ ନେଇ କ୍ରେଡିଟ୍ ଲଢେଇ । ବିଜେପି- କଂଗ୍ରେସ ହେଲେ ମୁହାଁମୁହିଁ । ବହୁ ପୂର୍ବରୁ ଦଳ ଦାବୀ ଉଠାଇଥିବା ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ବିଜେପିର ଜବାବ, କ୍ରେଡିଟ୍ ଚୋରି କରିବାକୁ ଉଦ୍ୟମ । ଏହାରି ଭିତରେ ଚର୍ଚ୍ଚାକୁ ଆସିଛି ଦୁଇ ଦଳ ମଧ୍ୟରେ ପୋଷ୍ଟର ୱାର । ଦିଲ୍ଲୀ କଂଗ୍ରେସ ପକ୍ଷରୁ ଦଳର ମୁଖ୍ୟାଳୟ ସାମ୍ନାରେ ଜାତିଜଗନା ଉପରେ ଏକ ପୋଷ୍ଟର ମରାଯାଇଛି । ଯେଉଁଥିରେ ଜାତିଜନଗଣନା ନେଇ ମୋଦୀ ସରକାରଙ୍କ ନିଷ୍ପତ୍ତି ପଛରେ ରାହୁଲ ଗାନ୍ଧୀଙ୍କୁ କ୍ରେଡିଟ୍ ଦିଆଯାଇଛି । ଯାହାର ଯବାବ ରଖିଛି ବିଜେପି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କଂଗ୍ରେସ କ୍ରେଡିଟ ନେବାକୁ ଚେଷ୍ଟା କରୁଛି । କାହିଁକି ପୂର୍ବରୁ କଂଗ୍ରେସ ସରକାର ଲାଗୁ କରିନଥିବା ବୋଲି ପ୍ରଶ୍ନ କରିଛନ୍ତି । ‘ତୁମ ସରକାର ଆମ ସିଷ୍ଟମ’ କଂଗ୍ରେସ ନାରା ଦେଉଥିବା ବେଳେ ଧର୍ମେନ୍ଦ୍ର କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ଏହାକୁ ବିରୋଧ କରିବାକୁ ଜାତି ଜନଗଣନା ହୋଇପାରିନଥିଲା । ୧୯୫୦ରୁ ଏପର୍ଯ୍ୟନ୍ତ କାହିଁକି କରିନଥିଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ୨୦୨୬ରେ ହେବାକୁ ଥିବା ଜନଗଣନା ସହ ହେବ ଜାତିଗତ ଜନଗଣନା ନେଇ ଗତକାଲି କ୍ୟାବିନେଟ ବୈଠକ ନିଷ୍ପତ୍ତି ହୋଇଛି । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ପରେ ସାର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts