ଟିଟିଲାଗଡ ରେଳ ଷ୍ଟେସନରୁ ୭୦ ଲକ୍ଷ ଟଙ୍କା ଜବତ; ତଦନ୍ତ କରୁଛି ଆୟକର ବିଭାଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟିଟିଲାଗଡ ରେଳ ଷ୍ଟେସନରୁ ୭୦ ଲକ୍ଷ ଟଙ୍କା ଜବତ । ଏନେଇ ସମ୍ବଲପୁର ଆୟକର ବିଭାଗ ତଦନ୍ତ କରୁଥିବାର ସୂଚନା ମିଳିଛି । ତେବେ ଏହି ଘଟଣାରେ ଅଟକ ଥିବା ବିହାର ଓ ଝାଡ଼ଖଣ୍ଡର ୨ ଯୁବକଙ୍କୁ ପଚରାଉଚରା କରୁଛନ୍ତି ଆୟକର ବିଭାଗ ଅଧିକାରୀ । ସେପଟେ ଆଗକୁ ନୂଆପଡ଼ାରେ ଉପନିର୍ବାଚନ ଥିବାବେଳେ ଏହି ଟଙ୍କା ସେହି ନିର୍ବାଚନ କାମରେ ଲାଗିଥାନ୍ତା ବୋଲି ସନ୍ଦେହ କରାଯାଉଛି ।

ଗତକାଲି ଟିଟିଲାଗଡ ରେଳ ଷ୍ଟେସନରେ ଚଢ଼ଉ କରି ଟଙ୍କା ଧରିଥିଲା ଆରପିଏଫ୍ । ୪ଜଣଙ୍କ ଠାରୁ ୯୦ଲକ୍ଷ ଟଙ୍କା ମିଳିଥିଲା । କାଗଜପତ୍ର ଦେଖାଇବା ପରେ ୨୦ ଲକ୍ଷ ଟଙ୍କା ଫେରାଯାଇଥିଲା। ୭୦ଲକ୍ଷ ଟଙ୍କା ଜବତ ହୋଇଥିଲା ।

Related Posts