ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଥାନାରେ ଅଟକ ରଖି ଓ ମାଡ଼ ମାରିବା ପଡ଼ିଲା ମହଙ୍ଗା। ନିଲମ୍ବିତ ହେଲେ ଆଇଆଇସି। ଟାଙ୍ଗୀ ଥାନା ଆଇଆଇସି ଶିବପ୍ରସାଦ ଭଦ୍ରଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ତେବେ କଟକ ଜିଲ୍ଲା ଟାଙ୍ଗୀ ଥାନା ଶାଳଗାଁ ପଞ୍ଚାୟତ ନାଣ୍ଡୁଆ ଗାଁର କୃପାସିନ୍ଧୁ ପ୍ରଧାନଙ୍କ ନାମରେ ଜମିଜମା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା ।
ଏହାପରେ ଟାଙ୍ଗୀ ଥାନା ପୋଲିସ ଗତ ୨୧ ତାରିଖରେ ତାଙ୍କୁ ଘରୁ ଉଠାଇ ଆଣିଥିଲା । ଥାନାରେ ଦୁଇ ଦିନ ଧରି ରଖିଥିଲେ । ହେଲେ ସେଠାରେ ତାଙ୍କର ଦେହ ଅସୁସ୍ଥ ହେବାରୁ ପ୍ରଥମେ ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଥାନାରେ ମାଡ଼ ମରାଯାଇଥିବା କାରଣରୁ ସେ ଅସୁସ୍ଥ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଆକ୍ସନମୋଡ଼କୁ ଆସିଛି ଓଡ଼ିଶା ପୋଲିସ ।





