ଦଶମ ବୋର୍ଡ ପରୀକ୍ଷା ନ ହେଲେ ଆସେସମେଣ୍ଟ ପରୀକ୍ଷା ଫଳକୁ ଆଧାର କରି ହେବ ମୂଲ୍ୟାୟାନ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ସତ୍ୟପାଠ 25/12 ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜାନୁଆରୀ ୫ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା ହେବ । ଯଦି ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ନହୁଏ, ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ । କୋଭିଡ୍‌ ନିୟମ ମାନି କରାଯିବ ପରୀକ୍ଷା । ଯେଉଁ ପର୍ଯ୍ୟନ୍ତ କୋର୍ସ ପଢ଼ାଯାଇଛି, ସେତିକି ଯାଏ ପରୀକ୍ଷା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ରାଜ୍ୟରେ ସ୍କୁଲଗୁଡ଼ିକ ପାଇଁ ଆଲର୍ଟ ଜାରି ଅଛି । ସର୍ଭେଲାନ୍ସ ଚାଲିଛି । ନୋଡାଲ ଅଫିସର ଦୈନିକ ରିପୋର୍ଟ ଦେଉଛନ୍ତି । DEOମାନଙ୍କ ସହ ନିୟମିତ ବୈଠକ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲରେ କରୋନା ନିୟମ କଡ଼ାକଡ଼ି ପାଳନ କରାଯାଉଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସରକାରୀ ବିଦ୍ୟାଳୟରେ କୋଭିଡ୍‌ ସମସ୍ୟା ସେତେ ଆସିନି । ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁସାରେ କାର୍ଯ୍ୟକ୍ରମ ହେଉଛି । ଗତକାଲି SRC ଯେଉଁ ଗାଇଡଲାଇନ ଜାରି କରିଛନ୍ତି, ତାକୁ ସମସ୍ତେ ମାନିବେ । ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଖୋଲିବା ନେଇ ଏଯାଏ ନିଷ୍ପତ୍ତି ହୋଇନି ।

Related Posts