ଦିନେ କି ଦୁଇ ଦିନ ମଧ୍ୟରେ ହେବ ଫୈସଲା: ଦକ୍ଷିଣାଞ୍ଚଳ ଆଇଜି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ଦିନେ କି ଦୁଇ ଦିନ ମଧ୍ୟରେ ଫୈସଲା ହୋଇଯିବ । ଯାହାକୁ ପରବର୍ତ୍ତୀ ସମୟରେ ଏସ୍‌ପି ଜଣାଇବେ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ।ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରୁ ବିତିଲାଣି ୧୫ ଦିନ । ତଦନ୍ତ ତ୍ୱରାନ୍ୱିତ ହୋଇଥିଲେ ବି ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିପାରିନାହିଁ । ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ ସହିତ ୮୦ରୁ ଅଧିକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ଜେରା ଚାଲିଛି । ଅନେକଙ୍କୁ ଜେରା ପରେ ଛାଡ଼ି ଦିଆଯାଇଥିବା ବେଳେ ପୋଲିସ ୭ଜଣ ପୋଲିସ କବ୍‌ଜାରେ ଥିବା ସୂଚନା ମିଳିଛି । ବ୍ରହ୍ମପୁରରୁ ଜଣେ ମଦ ବ୍ୟବସାୟୀଙ୍କୁ ମଧ୍ୟ ପଚରାଉଚରା ପରେ ଛଡ଼ାଯାଇଛି ।

ଏପିରିକି ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କୁ ଅଟକ ରଖି ଜେରା କରୁଛି ପୋଲିସ। ସେହିପରି ଏହି ଘଟଣାରେ ବିଷୋୟୀ ଗ୍ୟାଙ୍ଗର ସର୍ଦ୍ଦାର କୁହାଯାଉଥିବା ଅନ୍ୟତମ ଅପରାଧୀ ଫେରାର ଥିବା ଜଣାପଡିଛି । ତେବେ ଏହି ଘଟଣାରେ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା ।ସେପଟେ ତରବରିଆ ଭାବେ କୌଣସି ଆକ୍ସନ ନନେଇ, ପୁରା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରାଯିବ ବୋଲି ବ୍ରହ୍ମପୁର ପୋଲିସ କହିଛନ୍ତି । ଘଟଣାରେ ବ୍ରହ୍ମପୁର ଏସ୍‌ପି ନିଜ ତଦନ୍ତ କରୁଛନ୍ତି ।

Related Posts