ଦିନ ୩ଟା ପରେ ରାଜଧାନୀରେ ଗଡ଼ିବନି ଆମ ବସ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନ ୩ଟା ପରେ ରାଜଧାନୀରେ ଗଡ଼ିବନି ଆମ ବସ୍ । ଦୀପାବଳି ପାଇଁ ଆମ ବସ୍ ଚଳାଚଳ ବନ୍ଦ କରାଯାଇଛି। କୌଣସି ରୁଟ୍‌ରେ ବି ଆମ ବସ୍ ଚାଲିବ ନାହିଁ। ଏନେଇ କ୍ରୁଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାସହିତ ଯାତ୍ରୀମାନଙ୍କ ସୁବିଧା-ଅସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ। ଏହି ହେଲ୍ପଲାଇନ୍ ନମ୍ଵରରେ ଯୋଗାଯୋଗ କରି ଯାତ୍ରୀମାନେ ତଥ୍ୟ ନେଇପାରିବେ। ୨୧ ତାରିଖ ଠାରୁ ପୂର୍ବ ପରି ଆମ ବସ୍ ସେବା ସ୍ଵାଭାବିକ ରହିବ। ତେବେ ଅଟୋ ସେବା ଜାରି ରହିବ। ଆମ ବସ୍‌ରେ ଯିବା ଆସିବା କରୁଥିବା ଯାତ୍ରୀ ଅଟୋରେ ଯାତ୍ରା କରିପାରିବେ।

Related Posts