ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶ ପାଇଁ ୭୯,୦୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଏବଂ ଉପକରଣ କ୍ରୟ ଯୋଜନାକୁ ମିଳିଲା ମଞ୍ଜୁରି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିଛି । ତେବେ ମନ୍ତ୍ରଣାଳୟର ବୟାନ ଅନୁଯାୟୀ, ସେନା ନାଗ କ୍ଷେପଣାସ୍ତ୍ର ପ୍ରଣାଳୀ (ଟ୍ରାକଡ୍) Mk-II (NAMIS), ଭୂମି-ଆଧାରିତ ମୋବାଇଲ୍ ଏଲିଣ୍ଟ ସିଷ୍ଟମ (GBMES), ଏବଂ ସାମଗ୍ରୀ ପରିଚାଳନା କ୍ରେନ୍ ସହିତ ହାଇ ମୋବିଲିଟି ଭେଇକଲ୍ (HMVs) କ୍ରୟ ପାଇଁ ଆବଶ୍ୟକତାର ସ୍ୱୀକୃତି (AoN) ପାଇଛି ।ସରକାରୀ ବିବୃତ୍ତିରେ କୁହାଯାଇଛି, “ନାମିସ୍ (ଟ୍ରାକଡ୍) କ୍ରୟ ଦ୍ୱାରା ଶତ୍ରୁର ଯୁଦ୍ଧ ଯାନ, ବଙ୍କର ଏବଂ ଅନ୍ୟାନ୍ୟ କ୍ଷେତ୍ର ଦୁର୍ଗକୁ ନିଷ୍କ୍ରିୟ କରିବାର ଭାରତୀୟ ସେନାର କ୍ଷମତା ବୃଦ୍ଧି ପାଇବ ।
ଅନ୍ୟପଟେ GBMES ଶତ୍ରୁର ୨୪ ଘଣ୍ଟିଆ ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ପ୍ରଦାନ କରିବ”।ନୌସେନା ପାଇଁ ଲ୍ୟାଣ୍ଡିଂ ପ୍ଲାଟଫର୍ମ ଡକ୍ (LPD), ୩୦ଏମ୍ଏମ୍ ନାଭାଲ ସରଫେସ୍ ଗନ୍ (NSG), ଆଡଭାନ୍ସଡ୍ ଲାଇଟ୍-ୱେଟ୍ ଟରପେଡୋ (ALWT), ଇଲେକ୍ଟ୍ରୋ-ଅପ୍ଟିକାଲ୍ ଇନଫ୍ରା-ରେଡ୍ ସର୍ଚ୍ଚ ଆଣ୍ଡ୍ ଟ୍ରାକ୍ ସିଷ୍ଟମ୍, ଏବଂ ୭୬ଏମ୍ଏମ୍ ସୁପର ରାପିଡ୍ ଗନ୍ ମାଉଣ୍ଟ ପାଇଁ ସ୍ମାର୍ଟ ଆମ୍ୟୁନିସନ୍ କ୍ରୟ ପାଇଁ ମଞ୍ଜୁର କରାଯାଇଥିଲା । ବୟାନରେ କୁହାଯାଉଛି, “ଏଲପିଡି କ୍ରୟ ଭାରତୀୟ ନୌସେନା ସହ ସ୍ଥଳ ଏବଂ ବାୟୁସେନା ସହିତ ସୈନ୍ୟ ଅଭିଯାନରେ ସାହାଯ୍ୟ କରିବ ।





