ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଧାନ ବିକ୍ରି ପଞ୍ଜିକରଣ ତ୍ରୁଟି ନେଇ ପ୍ରଶ୍ନ ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି । ତେବେ ତାଙ୍କ ଲୋକସଭା କ୍ଷେତ୍ର ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ଧାନ ବିକ୍ରି ପାଇଁ ପାଖାପାଖି ୫ ହଜାର ଚାଷୀ ପଞ୍ଜିକରଣ କରି ପାରିନାହାନ୍ତି ।ତେଣୁ ଏହି ଚାଷୀମାନେ କିପରି ମଣ୍ଡିରେ ଧାନ ବିକି ପାରିବେ । ସେନେଇ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଏହାସହ ମୋନ୍ଥା ବାତ୍ୟା ଲାଗି ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ଅନେକ ଚାଷୀଙ୍କ ଅମଳ ଧାନ ନଷ୍ଟ ହୋଇଯାଇଛି । ତେଣୁ ତୁରନ୍ତ ସେମାନଙ୍କୁ ଇନପୁଟ ସବସିଡି ପ୍ରଦାନ କରିବାକୁ ଦାବି କରିଛନ୍ତି ସାଂସଦ ।





