‘ନବୀନ ଓଡ଼ିଆଙ୍କୁ ନୁହଁ, ପାଣ୍ଡିଆନଙ୍କୁ ଭଲ ପାଆନ୍ତି’: ହିମନ୍ତା ବିଶ୍ବଶାର୍ମାଙ୍କ ଟାର୍ଗେଟ

ଭୁବନେଶ୍ୱର,9/5(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପ୍ରଚାର ନିମନ୍ତେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଜେଡି ସୁପିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଉପରେ କରିଛନ୍ତି ସିଧା ହମଲା। ମାଲକାନଗିରି ଜିଲ୍ଲା କାଲିମେଳାରେ ଜନସଭାକୁ ସମ୍ବୋଧିତ ବେଳେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ନବୀନ ବାବୁ ଓଡ଼ିଶାବାସୀଙ୍କୁ ଭଲ ପାଆନ୍ତି ନାହିଁ, ସେ କେବଳ ପାଣ୍ଡିଆନକୁ ଭଲ ପାଆନ୍ତି। ନବୀନ ବାବୁ ଯାହା ଦେବାକଥା, ପାଣ୍ଡିଆନକୁ ଦିଅନ୍ତି, ଓଡ଼ିଶାବାସୀଙ୍କୁ ନୁହେଁ। ଜଣେ ମୁଖ୍ୟମନ୍ତ୍ରୀ ଏପରି କରିବା କଥା ନୁହେଁ।

ସେ କହିଛନ୍ତି, ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି। ଆମ ସରକାର ଏଠି ଆସିଲେ ମହିଳାଙ୍କୁ ୫୦ ହଜାର ମିଳିବ। ବାର୍ଷିକ ୨୫ ହଜାର ଲେଖାଏଁ ହାରରେ ୨ ବର୍ଷରେ ୫୦ ହଜାର ମିଳିବ। ଛତିଶଗଡ଼ରେ ବିଜେପି ସରକାର ଅଛି, ଧାନ କିଣାଯାଉଛି ୩ ହଜାରରେ। ଏଠାରେ ବିଜେପି ସରକାର ଆସିଲେ ଧାନ କ୍ୱିଣ୍ଟାଲ ୩୧ଶହ ହେବ। ପ୍ରକୃତରେ ଧାନ ୩୧ଶହରେ କିଣାଯିବା କଥା, ହେଲେ ନବୀନ ବାବୁ ଦେଉଛନ୍ତି ୨୧ଶହ ଟଙ୍କା। ଏଠି କେବଳ ନବୀନ ସବୁ ପାଣ୍ଡିଆନଙ୍କୁ ଦେଉଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି ବିଶ୍ୱଶର୍ମା।

Related Posts