ନିଜ ମାଆର ଅସୁସ୍ଥ ହେବା ଦେଖି ସହିପାରିଲେନି ପୁଅ, ମା’ଙ୍କ ମୋବାଇଲକୁ ବାର୍ତ୍ତା ପଠାଇ ହାରିଲା ଜୀବନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜ ମାଆର ଅସୁସ୍ଥ ହେବା ଦେଖି ସହିପାରିଲେନି ପୁଅ, ମା’ଙ୍କ ମୋବାଇଲକୁ ଏକ ବାର୍ତ୍ତା ପଠାଇ ହାରିଲା ଜୀବନ । ତେବେ ଭିମସାର ଡାକ୍ତରଖାନାକୁ ମା ‘ଙ୍କୁ ଚିକିତ୍ସା ପାଇଁ ଆଣିଥିବା ଯୁବକ ନିଖୋଜ ହୋଇଯାଇଥିଲେ । ସେ ତାଙ୍କ ମା’ଙ୍କ ମୋବାଇଲକୁ ପଠାଇଥିବା ଏକ ବାର୍ତ୍ତାକୁ ଆଧାର କରି ଶୁକ୍ରବାର ସକାଳୁ ତାଙ୍କୁ ପାୱାର କେନାଲରେ ଖୋଜା ଚାଲିଥିଲା । ଆଜି ସକାଳେ କେନାଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗୀର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠୀଙ୍କ ମା’ ରୋଗରେ ଆକ୍ରାନ୍ତ ହୋଇ ଭିମସାରରେ ଚିକିତ୍ସିତ ହେଉଛନ୍ତି । ମା’ଙ୍କ ଅବସ୍ଥା ଦେଖି ସୌରଭ ଭାଙ୍ଗିପଡ଼ିଥିଲେ । ବୁଧବାର ରାତି ୧୦ଟାରେ ସେ ଡାକ୍ତରଖାନାରୁ କେଉଁଆଡ଼େ ଚାଲି ଯାଇଥିଲେ ।

ଯିବା ପୂର୍ବରୁ ମା’ଙ୍କ କଷ୍ଟ ତାଙ୍କ ପାଇଁ ଅସହ୍ୟ ହେଉଥିବା ନେଇ ଏକ ବାର୍ତ୍ତା ଅସୁସ୍ଥ ମା’ଙ୍କ ମୋବାଇଲକୁ ପଠାଇଥିବା ଜଣାଯାଇଛି । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, ବାପା ଓ ବୋଉ ମୁଁ ତୁମକୁ ବହୁତ ଭଲ ପାଉଛି । ମୁଁ କେନାଲରେ ମୋ ଜୀବନ ହାରିବାକୁ ଯାଉଛି । ମୁଁ କୌଣସି ଟଙ୍କା ନେଇନାହିଁ । ମୋ ବ୍ୟାଗରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏଟିଏମରେ ୧୨ ହଜାର ଟଙ୍କା ରହିଛି ଉଠାଇଦେବ ବୋଲି ସୁରଜ କହିଛନ୍ତି ।

Related Posts