ନୀରଜ ଚୋପ୍ରାଙ୍କୁ ମିଳିଲା ବଡ ଦାୟିତ୍ୱ; ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୀରଜ ଚୋପ୍ରାଙ୍କୁ ବଡ଼ ମିଳିଲା ବଡ ଦାୟିତ୍ୱ। ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା । ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀରଜ ଚୋପ୍ରାଙ୍କ କର୍ଣ୍ଣେଲ ପଦରେ ସମ୍ମାନିତ କରାଯାଇଛି । ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦ୍ୱୀ ନୀରଜଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ତେବେ କ୍ରୀଡ଼ା କ୍ଷେତ୍ରରେ ନୀରଜଙ୍କ ସଫଳତା ପାଇଁ ଏପ୍ରିଲ ୧୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଟେରିଟୋରିଆଲ୍ ସେନାରେ ସମ୍ମାନଜନକ କମିସନ ପ୍ରଦାନ କରିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀରଜଙ୍କୁ ଆନୁଷ୍ଠାନିକ ଭାବେ ତାଙ୍କ ନୂଆ ପଦବୀରେ ସମ୍ମାନିତ କରାଯାଇଥିଲା । ତେବେ ନୀରଜ ଜଣେ କେବଳ ମହାନ କ୍ରୀଡ଼ାବିତ ନୁହଁନ୍ତି, ବରଂ ସେ ଭାରତୀୟ ସେନାର ମଧ୍ୟ ଜଣେ ଉତ୍ସର୍ଗୀକୃତି ସୈନିକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Related Posts