ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନକୁ ନେଇ ସାରା ରାଜ୍ୟର ନଜର ନୂଆପଡ଼ା ଉପରେ ରହିଛି । ଏହା ମଧ୍ୟରେ ଆଜି ନୂଆପଡ଼ା ବିଧାନସଭା by electionରେ ଦିନ ୧ଟା ସୁଦ୍ଧା ୫୧.୨୬ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି।
ପୂର୍ବରୁ ସକାଳ ୧୧ଟା ପର୍ଯ୍ୟନ୍ତ ୩୧.୨୫% ମତଦାନ ହୋଇଥିଲାl ସବୁଆଡ଼େ ସୁରୁଖୁରୁରେ ମତଦାନ ଚାଲିଛି। ସେପଟେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।





