ନୂଆପଡ଼ା ଉପନିର୍ବାଚନ; ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ମତଦାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନକୁ ନେଇ ସାରା ରାଜ୍ୟର ନଜର ନୂଆପଡ଼ା ଉପରେ ରହିଛି । ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟାରେ ଶେଷ ହୋଇଛି। ମତଦାନ ପାଇଁ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ବୁଥ୍‌ ପରିସର ଭିତରେ ଥିବା ମତଦାତା ଭୋଟ୍‌ ଦେଉଛନ୍ତି।ସନ୍ଧ୍ୟା ୭ଟା ପୂର୍ବରୁ ଶେଷ ହୋଇଯିବାର ଆଶା କରାଯାଉଛି। ତେବେ ଆଜି ନୂଆପଡା ବିଧାନସଭା ଉପନିର୍ବାଚନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୫.୩୭% ମତଦାନ ହୋଇଛିl

Related Posts