ନୂଆପଡ଼ା ଉପନିର୍ବାଚନ; ସୁନାବେଡ଼ା ଅଭୟାରଣ୍ୟର ୮ ମାଓପ୍ରବଣ ବୁଥକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହା ମଧ୍ୟରେ ସୁନାବେଡ଼ା ଅଭୟାରଣ୍ୟର ୮ ମାଓପ୍ରବଣ ବୁଥକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି । ତେବେ ନୂଆପଡ଼ା ଉପନିର୍ବାଚନ ସୁନାବେଡ଼ା ଅଭୟାରଣ୍ୟ ମାଓ ପ୍ରଭାବିତ ଅତି ସମ୍ବେଦଶୀଳ ୮ ବୁଥ୍‌ର ଭୋଟରଙ୍କୁ ଭରସା ଦେଇଛନ୍ତି ସିଆରପିଏଫ କମାଣ୍ଡାଣ୍ଟ ଏରିକ ଗିଲବର୍ଟ ଜୋଶ । ସେ କହିଛନ୍ତି, ଭୟଭୀତ ହୁଅନ୍ତୁ ନାହିଁ । ସିଆରପିଏଫ ପକ୍ଷରୁ ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବହୁ ପୂର୍ବରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ସମ୍ବେଦନଶୀଳ ଅଞ୍ଚଳରେ ସିଆରପିଏଫର ଏରିଆ ଡମିନେନ୍ସ ରହିଛି । ମାଓଭୟ ନାହିଁ । ଯେହେତୁ ଜଙ୍ଗଲ ରହିଛି, ସେମାନେ ଲୁଚିଛପି ଆସିପାରନ୍ତି । ଏହାକୁ ନେଇ ଫୋର୍ସ ମୁତୟନ ହୋଇ ରହିଛନ୍ତି ।

ବୁଥ୍ ନିକଟକୁ କୌଣସି ପରିସ୍ଥିତିରେ ମାଓବାଦୀ ଆସିପାରିବେ ନାହିଁ । ପ୍ରତି ବୁଥ୍‌ର ଆଉଟ୍ ଏରିଆ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପୁରାପୁରି କଡାକଡି କରାଯାଇଛି ।ନିର୍ବାଚନ ସୁରୁଖୁରୁରେ ହେବ । ସୁରକ୍ଷା ବ୍ୟବସ୍ଥା ଏଭଳି କରାଯାଇଛି ଯେମିତି ମାଓବାଦୀ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରିବେ ନାହିଁ । ମାଓ ପ୍ରଭାବିତ ଭୋଟରଙ୍କୁ କହିଛନ୍ତି କୌଣସି ପ୍ରକାର ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ।

Related Posts