ନୂଆପଡ଼ା ଉପନିର୍ବାଚନ, ୫୨ ନେତାଙ୍କୁ ଦାୟିତ୍ଵ ବାଣ୍ଟିଲା ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ୫୨ ନେତାଙ୍କୁ ଦାୟିତ୍ଵ ବାଣ୍ଟିଲା ବିଜେଡି । ତିନି ଦଳର ପ୍ରାର୍ଥୀ ଘୋଷଣା ହେବା ସହ ନୂଆପଡ଼ାରେ ପ୍ରଚାର ଜୋର ଧରିଲାଣି। ଏହି କ୍ରମରେ ବିଜୁ ଜନତା ଦଳ ନିଜ ନେତାଙ୍କୁ ଦାୟିତ୍ଵ ବଣ୍ଟନ କରିଛି। ୨ଟି ବ୍ଲକ ଓ ୨ ଏନଏସି ପାଇଁ ନେତାଙ୍କୁ ଦାୟିତ୍ଵ ବଣ୍ଟନ କରୁଛି। ଦୁଇ ବ୍ଲକ ପାଇଁ ୩୬ ଜଣ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି। ନୂଆପଡ଼ା ବ୍ଲକ ପାଇଁ ୧୮, କୋମନା ବ୍ଲକ ପାଇଁ ୧୮ ଜଣଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ୨ ଏନଏସି ପାଇଁ ୧୬ ଜଣ ନେତାଙ୍କୁ ଦାୟିତ୍ଵ ମିଳିଛି। ନୂଆପଡ଼ା ଏନଏସି ପାଇଁ ୮ ଏବଂ ଖରିଆଡ଼ ରୋଡ୍ ଏନଏସି ପାଇଁ ୮ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି। ଏ ନେଇ ଗୁରୁବାର ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Related Posts