ନୂଆପଡ଼ା ଉପନିର୍ବାଚନ; ମତଦାନ ଅଧିକାର ସାବ୍ୟସ୍ତ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟର ଚର୍ଚ୍ଚା । ଏହା ମଧ୍ୟରେ ମତଦାନ ଅଧିକାର ସାବ୍ୟସ୍ତ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ତେବେ ଲମ୍ବାଧାଡ଼ିରେ ଠିଆ ହୋଇ ଜୟ ସାଧାରଣ ମତଦାତାଙ୍କ ଭଳି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଜୟ ଢୋଲକିଆ।

ପୂର୍ବରୁ ସେ ସକାଳେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଢୋଲକିଆ ପରିବାର ସେମାନଙ୍କର ମତଦାନ କରିଛନ୍ତି। ଭୋଟ୍ ଦେବା ପରେ ଜୟ ଢୋଲକିଆ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ରହି ନିଜ କାମ ଭାବି ନୂଆପଡ଼ାବାସୀଙ୍କ ସମସ୍ୟାର ସମାଧାନ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି ।

Related Posts