ନୂଆପଡାରେ ଘାସିରାମଙ୍କ ପାଇଁ ସର୍ବାଧିକ ସମର୍ଥନ ରହିଥିଲା, କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ନୂଆପଡ଼ା ଉପନିର୍ବାଚନରେ ଆମେ ଏକ ନମ୍ବରରେ ଥିଲୁ କିନ୍ତୁ ଆମକୁ ୩ ନମ୍ବର ସ୍ଥାନ ଦେଉଛନ୍ତି, ଯାହା ସନ୍ଦେହଜନକ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

ନିର୍ବାଚନ ପ୍ରଚାର ବେଳେ ଘାସିରାମ ମାଝୀଙ୍କ ପାଇଁ ଲୋକଙ୍କ ସର୍ବାଧିକ ସମର୍ଥନ ରହିଥିଲା। ଯଦି କିଛି ହେରଫେର ହୋଇନି, ତେବେ ଆମେ ନିଶ୍ଚିତ ଜିତିବୁ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

Related Posts