ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ। ହେବ ସପ୍ଲିମେଣ୍ଟାରୀ ପରୀକ୍ଷା । ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ସହ ତ୍ରିସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଗଣଶିକ୍ଷା ବିଭାଗ ସହ ୫୦ ମାର୍କର ପରୀକ୍ଷା ଦେବେ ବିଦ୍ୟାର୍ଥୀ । ପାସ୍ କରି ନଥିଲେ ସପ୍ଲିମେଣ୍ଟାରୀ ଦେବେ । ତଦାରଖ ପାଇଁ ତ୍ରିସ୍ତରୀୟ କମିଟି ଗଠନ ।ନିଷ୍ପତ୍ତ ଅନୁଯାୟୀ ଟିଇ ଆଣ୍ଡ୍ ଏସ୍ସିଇଆରଟି ଭାବେ କ୍ଲଷ୍ଟର ସ୍ତରରେ ନୋଡାଲ ହାଇସ୍କୁଲ ଯେଉଁଠାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପତ୍ର ସଂରକ୍ଷଣ କରାଯାଏ ସେଠାରେ ରଖିବେ । ସିଆରସିସିମାନେ ଏହି ଟିମ୍ର ନେତୃତ୍ବ ନେବେ । ପରୀକ୍ଷା ଦିନ ସକାଳେ ବିଇଓଙ୍କ ଦ୍ବାରା ଗଠିତ ଟିମ୍ ଦ୍ବାରା କଡ଼ା ସୁରକ୍ଷା ଓ ଗୋପନୀୟ ଭାବେ ସମସ୍ତ ସ୍କୁଲକୁ ପ୍ରଶ୍ନପତ୍ର ନେବେ । ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।
ମୋଟ୍ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବା । ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ । ପ୍ରଶ୍ନପତ୍ରରେ ସମିଟିଭ୍ ଆସେସ୍ମେଣ୍ଟ-୧ ପୂର୍ବରୁ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୩୦% ପ୍ରଶ୍ନ ଓ ପରେ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୭୦% ପ୍ରଶ୍ନ ରହିବ । ୩୦% ମାର୍କ ରଖିଲେ ପିଲା ପାସ୍ କରିବେ । ଯେଉଁମାନେ କୃତକାର୍ଯ୍ୟ ହେବେନାହିଁ, ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।





