ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ଡଙ୍ଗା ଭସାଇଲେ ଶତାଧିକ ମହିଳା ବ୍ରତଧାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଡଙ୍ଗା ଭସାଇଲେ ଶତାଧିକ ମହିଳା ବ୍ରତଧାରୀ । ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଇଛନ୍ତି । ପୁଷ୍କରିଣୀ, ନଦୀ, ନାଳ, ସମୁଦ୍ର ସବୁଠି ଆ କା ମା ବୈ , ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର ଗୀତ ଗାଇ ଡଙ୍ଗା ଭସାଇଛନ୍ତି । ଆଜି ସକାଳୁ ସକାଳୁ ବିଭିନ୍ନ ଜଳାଶୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ସୁରକ୍ଷା ପାଇଁ ବିଭିନ୍ନ ନଦୀ ଓ ପୁଷ୍କରଣୀ କୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Related Posts