ସତ୍ୟପାଠ(ଭୁବନେଶ୍ୱର ବ୍ୟୁରୋ); ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୧୦ ଦିନ ପରେ ବଡ ଅପଡେଟ ଦେଖିବାକୁ ମିଳିଛି । ତେବେ ବିହାରରୁ ଦୁଇଜଣ ସାର୍ପ ସୁଟରକୁ ଉଠାଇ ଆଣି ଅଧିକ ତଦନ୍ତ କରୁଛି ପୋଲିସ ।ପୋଲିସ ପଞ୍ଝାରେ ସାର୍ପସୁଟର ପଡିବା ପାରେ ମାଷ୍ଟରମାଇଣ୍ଡରଙ୍କ ନିକଟତର ହେଉଥିବା ଜଣାପଡିଛି । ପଡ଼ୋଶୀ ପଶ୍ଚିମବଙ୍ଗ ସମେତ ବିହାର ଓ ଦିଲ୍ଲୀରେ ଖୋଳତାଡ଼ କରୁଛି ପୋଲିସ । ପୀତବାସଙ୍କ ବ୍ୟବସାୟ ସହଯୋଗୀ ବାଲାଜୀ ରେଡ୍ଡୀ ଓ ଜଣେ ମଦ ବ୍ୟବସାୟୀଙ୍କୁ ମାରାଥନ୍ ଜେରା କରିଛି ପୋଲିସ ।
ହତ୍ୟାକାରୀଙ୍କୁ ଧରିବାରେ ଓ ରହସ୍ୟ ଉନ୍ମୋଚନରେ ବିଳମ୍ବ ଘଟୁଥିବାରୁ ଓକିଲଙ୍କ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ସେପଟେ ହତ୍ୟାକାଣ୍ଡ ଦିନ ଆତତାୟୀଙ୍କ ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ପ୍ରାୟ ଅନେକ ଥର ରେକି କରାଯାଇଥିଲା । ସିସିଟିଭି ଫୁଟେଜ ଯାଞ୍ଚ ବେଳେ ଜଣାପଡିଥିଲା ସବୁ କିଛି । ୩ଟି ବାଇକ୍ରେ ୬ ଜଣ ସହରରେ ପୀତବାସଙ୍କ ଘର ଠାରୁ ଚାମ୍ବର ଓ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ପିଛା କରିଥିଲେ। ଏଥିପାଇଁ ୩ଟି ରେକି ଟିମ ହୋଇଥିବା ବେଳେ ବାଇକ୍ ର ପଛ ପାଖରେ ସାର୍ପସୁଟର ରାଜ୍ୟ ବାହାରର ହୋଇଥିବା ବୋଲି କୁହାଯାଉଛି।





