ପୀତବାସ ପଣ୍ଡା ହତ୍ୟା ମାମଲା; ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଛି । ଏହା ମଧ୍ୟରେ ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୁଲିସ। ବାହାର ରାଜ୍ୟରୁ ଧରା ପଡ଼ିଥିବା ୮ ଅଭିଯୁକ୍ତଙ୍କ ସହ ସେହି କର୍ପୋରେଟରଙ୍କର କି ସମ୍ପର୍କ ରହିଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ବ୍ରହ୍ମପୁରର ଜଣେ ଛାତ୍ରନେତାଙ୍କୁ ଦିଲ୍ଲୀରୁ ବାନ୍ଧିଛି ପୁଲିସ ।

ସମ୍ପୃକ୍ତ ଛାତ୍ରନେତାଙ୍କ ମୋବାଇଲ ଓ ସିମ୍‌ ବି ଜବତ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ କିଛି ଦାମୀ ଗାଡ଼ି ଓ ବାଇକ ବି ପୁଲିସ ହାତରେ ଲାଗିଥିବା ସୂଚନା ମିଳିଛି । ସୁପାରି କିଲର, ରେକି ଟିମ ମେମ୍ବର, ହତ୍ୟାକାରୀଙ୍କୁ ସାହାଯ୍ୟ କରିଥିବା ବ୍ରହ୍ମପୁରର କିଛି ଯୁବକଙ୍କୁ ବି ପୁଲିସ ଉଠାଇ ନେଇଛି । ସହରର ଜଣେ ଜଣାଶୁଣା ମଦ ବ୍ୟବସାୟୀ ବି ୨ ଦିନ ହେଲା ପୁଲିସ କବଜାରେ ଥିବାର ସୂଚନା ମିଳିଛି ।

Related Posts