ପୀତବାସ ପଣ୍ଡା ହତ୍ୟା ମାମଲା; ଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଜୟପୁରର ବ୍ୟବସାୟୀଙ୍କୁ ଉଠାଇ ଆଣିଲା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ ଅପଡେଟ ସାମ୍ନାକୁ ଆସିଛି । ତେବେ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଜୟପୁରର ବ୍ୟବସାୟୀଙ୍କୁ ଉଠାଇ ଆଣିଲା ବ୍ରହ୍ମପୁର ପୁଲିସ । ଜୟପୁରର ବ୍ୟବସାୟୀ ସୁନୀଲ ହୋତାଙ୍କୁ ଶ୍ରୀରାମନଗରରୁ ପୁଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ଅଭିଯୁକ୍ତ ଉମା ବିଶୋଇ ଓ କୁରୁପତି ଭୁୟାଁକୁ ଜୟପୁର ସହର ନିକଟ ତାଟି ବେଡା ଗାଁରେ ଏକ ଇଟାଫ୍ୟାକ୍ଟ୍ରିରେ ଲୁଚାଇ ରଖିଥିଲା । ସୁନିଲ ହୋତା ବିକ୍ରମ ପଣ୍ଡାଙ୍କ ଘନିଷ୍ଟ ଥିବା ଜଣା ପଡିଛି ।

ବ୍ରହ୍ମପୁରରୁ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ସୁନିଲକୁ ଧରିବା ପାଇଁ ଜୟପୁର ଟାଉନ ଥାନାକୁ ଆସିଥିଲେ । ଜୟପୁର ପୁଲିସ ସୁନିଲର ଠିକଣା ପାଇବା ପରେ ତାକୁ ଥାନାକୁ ଡାକି ପଚରା ଉଚରା କରିଥିଲେ । ପଚରାଉଚରା ସମୟରେ ପୁଲିସ ଆଗରେ ସୁନିଲ ସବୁ ସତ ମାନିଯାଇଥିଲା । ଏହାପରେ ବ୍ରହ୍ମପୁର ପୁଲିସ ତାକୁ ଜୟପୁରରୁ ଉଠାଇ ନେଇଥିବାର ସୂଚନା ମିଳିଛି ।

Related Posts