ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ ନିକଟରେ ଆତ୍ମସମର୍ପଣ କଲା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୀତବାସ ପଣ୍ଡା ହତ୍ୟା ମାମଲା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ମଧ୍ୟରେ ପୋଲିସ ନିକଟରେ ଆତ୍ମସମର୍ପଣ କଲା ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା । ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ସୁଦର୍ଶନ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଏବେ ଉଭୟଙ୍କୁ ପୁଲିସ ଜେରା କରୁଛି । ତେବେ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ।

ସୁନୀଲ ହୋତା ଜୟପୁରରେ ତାଙ୍କ ଫାର୍ମ ହାଉସରେ ଦୁଇଜଣ ଅଭିଯୁକ୍ତକୁ ଆଶ୍ରୟ ଦେଇଥିଲେ ଏବଂ ଅଭିଯୁକ୍ତମାନଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିଥିବା ଗତକାଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ସରବଣା ବିବେକ ଏମ ସୂଚନା ଦେଇଥିଲେ । ପୀତବାସଙ୍କୁ ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂଆଁ ଓ ଉମା ବିଷୋୟୀ ଏବେବି ଫେରାର ଅଛି । ଉମାକୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

Related Posts