ପୀତବାସ ପଣ୍ଡା ହତ୍ୟା ମାମଲା; ବିହାରୀ ଅପରାଧୀଙ୍କୁ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ଗିରଫ ହେଲେ ଶୂନ୍ୟଚନ୍ଦ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ଅପରାଧୀଙ୍କୁ ଆଶ୍ରୟ ଦେଇଥିବା ଶୂନ୍ୟଚନ୍ଦ୍ର ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେପଟେଏହି ମାମଲାରେ ପୁଲିସ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ଶୂନ୍ୟଚନ୍ଦ୍ରଙ୍କ ଗିରଫ ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିଛି।

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିହାରୀ ଅପରାଧୀଙ୍କୁ ଅଣାଯାଇ ଅଳକାପୁରୀ ଅଞ୍ଚଳରେ ଥିବା ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ରଖାଯାଇଥିଲା। ପୁଲିସ ପୂର୍ବରୁ ଶୂନ୍ୟଚନ୍ଦ୍ରଙ୍କୁ ପଚରାଉଚରା ବେଳେ ସେ ଅପରାଧୀଙ୍କ ସଂପର୍କରେ ଜାଣିନଥିବା କହିଥିଲେ। ତଦନ୍ତ ବେଳେ ଶୂନ୍ୟଚନ୍ଦ୍ର ଅପରାଧୀଙ୍କ ସଂପର୍କରେ ଜାଣିଥିବା ଏବଂ ଆଶ୍ରୟ ପାଇଁ ଘର ଦେଇଥିବା ଯୋଗୁ ତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ କହିଛନ୍ତି।

Related Posts