ପୂର୍ବରୁ ଓଡ଼ିଶାରେ ସରକାର ଚୋରି ହୋଇଥିଲା ଆଉ ଏବେ ପ୍ରାର୍ଥୀ ଚୋରି ହୋଇଛି: ଅଖିଳେଶ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନୂଆପଡାରେ ମାରାଥନ୍‌ ପ୍ରଚାର କରିଛନ୍ତି। ସ୍ଥାନୀୟ ପୁଲିସ ପଡ଼ିଆରେ ଜୟ ଜଗନ୍ନାଥ ଉଚ୍ଚାରଣ କରି ସେ ବକ୍ତବ୍ୟ ଆରମ୍ଭ କରିଥିଲେ। ତେବେ ଅତୀତରେ ଓଡ଼ିଶାରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହା ସମାଜବାଦୀ ଚିନ୍ତାରୁ ହିଁ ଆରମ୍ଭ ହୋଇଥିଲା। କିନ୍ତୁ ଏଠାରେ ଯେଉଁ ଦଳ ବିଜେପିର ନିକଟତର ହୋଇଛି, ସେହି ଦଳ ବିପର୍ଯ୍ୟୟର ଶିକାର ହୋଇଛି। ଆମେ ଭୋଟ୍ ଚୋରି କଥା ଶୁଣିଥିଲେ। ପୂର୍ବରୁ ଏଠାରେ ସରକାର ଚୋରି ହୋଇଛି ଏବଂ ଏବେ ପ୍ରାର୍ଥୀ ଚୋରି ହୋଇଛି। ଆମେ ଜାଣିବାକୁ ପାଇଲୁ ଯେ, ଏଠାରେ ୧ କୋଟି ୨୦ ଲକ୍ଷ ଟଙ୍କାର ବେଆଇନ ମଦ ଓ ଗଂଜେଇ ଜବତ କରାଯାଇଛି। ଏଠାରେ ଡବଲ୍ ଇଞ୍ଜିନ୍‌ ସରକାର କ’ଣ କରୁଛି ? ଏହାର ଅର୍ଥ କଣ ଗୋଟିଏ ଇଞ୍ଜିନ୍‌ ଗଞ୍ଜେଇ ଏବଂ ଅନ୍ୟ ଏକ ଇଞ୍ଜିନ୍‌ ମଦ ଦାୟିତ୍ବ ନେଇଛି? ଅଖିଳେଶ ପୂର୍ବତନ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ରାଜ୍ୟର ସଡ଼କ ଉନ୍ନତ ହେଲେ ବିକାଶ ହେବ। ଏହା ଦ୍ବାରା ଚାଷୀମାନେ ମଧ୍ୟ ଉପକୃତ ହୋଇପାରିବେ। ଚାଷୀମାନେ ମଣ୍ଡିକୁ ନିଜର ଫସଲ ସହଜରେ ନେଇପାରିବେ। ଦରଦାମ୍‌ ନିୟନ୍ତ୍ରଣରେ ରହୁନି। ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବଢ଼ି ଚାଲିଛି। ବିସ୍କୁଟ ପ୍ୟାକେଟର ଆକାର ଦିନକୁ ଦିନ ଛୋଟ ହେଉଛି। ଆମକୁ ଥରଟିଏ ସୁଯୋଗ ଦିଅନ୍ତୁ। ସମାଜବାଦୀ ପାର୍ଟିର ପ୍ରାର୍ଥୀ ରମାକାନ୍ତ ହାତୀଙ୍କୁ ନୂଆପଡ଼ା ଉପନିର୍ବାଚନରେ ବିଜୟୀ କରାନ୍ତୁ।

ଆମେ ଝିଅମାନଙ୍କୁ ମାଗଣାରେ ପାଠ ପଢ଼ାଇବୁ। ଶ୍ରୀ ଯାଦବ ପୁଣି କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାରେ ସମାଜବାଦୀ ପାର୍ଟି ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ଏଥିପାଇଁ ପ୍ରଥମେ ଯୁବପିଢ଼ିଙ୍କୁ ଦଳରେ ସାମିଲ କରାଯିବ। ନୂଆପଡ଼ା ନିର୍ବାଚନରେ ଆମ ଦଳ ପଛରେ ଅଛି ସତ, କିନ୍ତୁ ଆମେ ଦୁର୍ବଳ ନୁହଁ ବୋଲି କହିଥିଲେ ।

Related Posts