ବାତ୍ୟା ପାଇଁ ପୁରା ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ: ଅଗ୍ନିଶମ ଡିଜି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା । ତେବେଓଡ଼ିଶାରେ ଭୁସ୍କଳନ ବା ଲ୍ୟାଣ୍ଡ ସ୍ଲାଇଡ଼ ହେବା ଗୋଟିଏ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ । ବାତ୍ୟା ଠାରୁ ପ୍ରବଳ ବର୍ଷା ଅଧିକ ସମସ୍ୟା ଆଣିପାରେ ବୋଲି କହିଛନ୍ତି ଅଗ୍ନିଶମ ଡିଜି । ସେ ଆହୁରି ମଧ୍ୟ କହିଛନ୍ତି ଯେ,କଳିଙ୍ଗା ଘାଟି, ମାଲକାନଗିରିର କେତେକ ସ୍ଥାନ, ଥୁଆମୂଳ ରାମପୁରରେ ଏଭଳି ଲ୍ୟାଣ୍ଡ ସ୍ଲାଇଡ଼ ବା ମାଟି ଅତଡା ଖସୁଥିବା ଦେଖାଯାଏ । ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଟିମ । ପାଣିରୁ ଉଦ୍ଧାର ପାଇଁ ବ୍ୟାପକ ଡ଼ଙ୍ଗା ର ବ୍ୟବସ୍ଥା ହୋଇଛି ।

ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଜ୍ଞ ଫାୟାର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ପୁରୀରେ ୧୦୦ ଲାଇଫଗାର୍ଡ ଅଛନ୍ତି । ସେହିପରି ଗୋପାଳପୁରରେ ମଧ୍ୟ ଲାଇଫଗାର୍ଡ ରହିଛନ୍ତି । ଗଜପତି, ମାଲକାନଗିରି, ବ୍ରହ୍ମପୁର, କୋରାପୁଟ ୧୩୦ ଟି ଟିମ ଯାଇଛି । ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଟିମ ।

Related Posts