ବାତ୍ୟା ମୋନ୍ଥା ପାଇଁ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାତ୍ୟା ମୋନ୍ଥା ପାଇଁ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ଏହି କ୍ରମରେ କୋରାପୁଟରେ ସକ୍ରିୟ ରହିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ।

ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଟୋଲ୍‌ ଫ୍ରି’ ନମ୍ବରରେ କଲ୍‌ ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ ସହାୟତା ନେଇ ପାରିବେ ଲୋକେ । ୧୦୭୭-୦୬୮୫୨-୨୫୧୧୦୧ କଲ୍‌ କରି ସହାୟତା ପାଇ ପାରିବେ ଲୋକେ । ଗତକାଲି ଠାରୁ ମାଲକାନଗିରିରେ ବି ହେଲ୍ପଡେସ୍କ ସକ୍ରିୟ ରହିଛି । ଏବେ ବାତ୍ୟା ମୋନ୍ଥା ଗୋପାଳପୁର ଠାରୁ ୫୫୦ କିମି ଦୂରରେ ରହିଛି । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନର ଆଶଙ୍କା ରହିଛି । ବାତ୍ୟା ପାଇଁ ୧୧ ଜିଲ୍ଲାରେ ସ୍କୁଲ୍‌ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏବେ ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ଏବେ ଭୀଷଣ ବାତ୍ୟାର ରୂପ ନେଇ ସାରଛି ଏହି ସାମୁଦ୍ରିକ ଝଡ଼ । ବାତ୍ୟାକୁ ଦୃଷ୍ଟିରେ ସମସ୍ତ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

Related Posts