ବିଜେଡିକୁ ବଡ ଝଟକା: ବିଜେପିରେ ସାମିଲ ହେଲେ ଲମ୍ବୋଦର ନିଆଲ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଛି । ଏହା ମଧ୍ୟରେ ବିଜେଡିକୁ ବଡ ଝଟକା ମିଳିଥିବାର ଦେଖିବାକୁ ମିଳିଛି । ତେବେ କାଲି ରାତିରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶୁଭେଛା ଜଣାଇଥିବା ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ୍ ବିଜେପିରେ ସାମିଲ ହୋଇଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଗତ ନିବାଚନରେ ଲମ୍ବୋଦର କଳାହାଣ୍ଡି ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିଲେ। ସେ ୪ ଲକ୍ଷ ୧୦ ହଜାର ୪୯୦ ଖଣ୍ଡ ଭୋଟ୍ ପାଇଥିଲେ।

Related Posts