ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇନଜୀବୀ ତଥା ବିଜେପିର ବରିଷ୍ଠ ନେତା ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜର ଧରିବାରେ ଲାଗିଛି । ତେବେବିଜେଡିର ସାମ୍ବାଦିକ ସମ୍ମିଳନୀ ନେଇ ଭାରତୀୟ ଜନତା ପାର୍ଟି ପ୍ରତିକ୍ରିୟା ରଖିଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଜିଲ୍ଲାକୁ ପ୍ରତିନିଧିତ୍ଵ କରୁଥିଲେ, ସେଠାରେ ଗୁଣ୍ଡାମାନଙ୍କୁ କିଏ ୨୪ ବର୍ଷ ଧରି ସୁରକ୍ଷା ଦେଉଥିଲା ବୋଲି ବିଜେପି କହିଛି। ତରବରିଆ ଭାବରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନିଜର ଅପରିପକ୍ବତା ପରିଚୟ ଦେଇଛି ବୋଲି ବିଜେପି ଅଭିଯୋଗ ଆଣିଛି । ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କରି କହିଛନ୍ତି, ପୀତବାସ ପଣ୍ଡା ହତ୍ୟା ଘଟଣାର ରହସ୍ୟ ଧୀରେଧୀରେ ସାମ୍ନାକୁ ଆସୁଛି। ଆଜି ସେଠିକାର ପୁଲିସ ପ୍ରେସମିଟ କରିସାରିଛି। ତାହାକୁ ନେଇ ତୁରନ୍ତ ବିଜେଡି ତରବରିଆ ଭାବରେ ସାମ୍ବାଦିକ ସମ୍ମିଳନୀରେ କରି ନିଜର ଅପରିପକ୍ବତା ପରିଚୟ ଦେଖାଯାଇଛି। ତରବରିଆ ଭାବରେ ସାମ୍ବାଦିକ ସମ୍ମିଳନୀରେ କରି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନାହିଁ ଏହି ନ୍ୟାୟରେ ନିଜର ପାର୍ଟିର ଅସାମାଜିକ ତତ୍ତ୍ଵ ସଂପୃକ୍ତି ସମନ୍ଧରେ ନିଜର ସଫେଇ ଦେଇଛି। ବିଜେଡ଼ିର ପ୍ରବକ୍ତାମାନେ ଅନେକ ଗୁଡ଼ିଏ ଗମ୍ଭୀର ଆରୋପ କରିଛନ୍ତି ବୋଲି କହିଛନ୍ତି ।





