ବିଜେଡି ବାପାଙ୍କୁ ପଚାରିନଥିଲା; ଶେଷ ଅବସ୍ଥାରେ ଦେଖା କରିବା ତ ଦୂରର କଥା, କୌଣସି ନେତା ଫୋନ୍ କରିନଥିଲେ: ଜୟ ଢୋଲକିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନକୁ ନେଇ ସାରା ରାଜ୍ୟର ରାଜନୀତିକ ମାହଲ ଚଳଚଞ୍ଚଳ ହୋଇଉଠିଛି । ଏନେଇ ବିଜେପି, ବିଜେଡି ଆଉ କଂଗ୍ରେସ ମଧ୍ୟରେ ବୟାନ ବାଜି ଜୋରଦାର ଚାଲିଛି । ଏହା ମଧ୍ୟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିରୋଧୀ ବିଜେଡିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ କୋମନା ବ୍ଲକ୍ ଅନ୍ତର୍ଗତ ବୁଧି କୋମନା ଗାଁରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା। ଶେଷ ଅବସ୍ଥାରେ ଯେ‌ତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେ‌ତେବେ‌ଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ଆଉ ବାପାଙ୍କ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି। ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା ବୋଲି କହିଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋର ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାହଶାହରେ ଯୋଗ ଦେଇଥିଲେ। ଆମ ପରିବାରକୁ ସାନ୍ତ୍ବନା ଦେଇଛନ୍ତି। ଖାଲି ସେତିକି ନୁହେଁ ନୂଆପଡ଼ା ଦାୟିତ୍ବ ନିଜେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ଯେଉଁଭଳି ସହୃଦୟତା ଦେଖାଇଛି, ବାପା ବିଜେଡି ରହି ଜୀବନ ଦେଇଥିଲେ ବି ତାହା ବିଜେଡି କରିନାହିଁ ବୋଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କହିଛନ୍ତି ।

Related Posts