ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମରେ କୋମନା ଥାନାରେ ଲିଖତ ଅଭିଯୋଗ । ତେବେ ଜଣେ ବିଜେପି ସମର୍ଥକଙ୍କୁ ବିଜେଡ଼ି ନେତା ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଅଭିଯୋଗ ହୋଇଛି। କିନ୍ତୁ ମାମଲା ରୁଜୁ ହୋଇନଥିବା ପୁଲିସ ସୂଚନା ଦେଇଛି । ସେପଟେ କୋମନା ପାଇକପଡ଼ାର ଜିପ୍ଲ ଆଡ଼ବଙ୍ଗଙ୍କୁ ବିଜେଡ଼ି ନେତାମାନେ କୋମନା ସ୍ଥିତ ଏକ ଫାର୍ମ ହାଉସକୁ ଡାକିଥିଲେ। ଅପରାହ୍ନରେ ଜିତୁ ସେହି ଫାର୍ମ ହାଉସକୁ ଯାଇଥିଲେ। ସେଠି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ। ଆଗରୁ ବିଜେଡ଼ିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛି ବୋଲି କହିଥିଲେ। ସେଠି ଜିତୁଙ୍କୁ ସାର୍ଟ କଲର ଧରି ମାଡ଼ ମାରିଥିଲେ ବବି ଦାସ । ତୁ ମୋତେ ଚିହ୍ନୁନି ତୋତେ ଓ ତୋର ପରିବାରକୁ ଜୀବନରେ ମାରିଦେବି ବୋଲି ବବି କୁଆଡ଼େ ଧମକଚମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଘଟଣା ବିଷୟରେ ଖବର ପାଇ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିବା ଜିତୁ କହିଛନ୍ତି।ପୁଲିସ ସଠିକ ସମୟରେ ପହଞ୍ଚି ଉଦ୍ଧାର କରିନଥିଲେ ହୁଏତ ମୋତେ ମାରି ଦେଇଥାନ୍ତେ ବୋଲି ଲିଖତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଘଟଣାର ତଦନ୍ତ ଚାଲିଛି। କିନ୍ତୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି ।





