ବିହାର ବିଧାନସଭା ନିର୍ବାଚନ: ଜେଲରେ ଥାଇ ବି ମୋକମାରେ ଅନନ୍ତ ସିଂ ଆଗରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଜେଲରେ ଥାଇ ବି ମୋକମାରେ ଅନନ୍ତ ସିଂ ଆଗରେ । ତେବେ ନିର୍ବାଚନ ପୂର୍ବରୁ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂ ଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଭୋଟରେ ଏହାର କିଛି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି । କାରଣ ଏବେସୁଦ୍ଧା ଅନନ୍ତ ୪ ହଜାରରୁ ଅଧିକ ବୋଟରେ ଆଗୁଆ ରହିଛନ୍ତି ।ଜେଲରେ ଥିବା ଅନନ୍ଦ ମୋକାମାରୁ ଲଗାତାର ଭାବେ ଆଗରେ ରହି ଆସିଛନ୍ତି । ସକାଳୁ ଏହି ଟ୍ରେଣ୍ଡ୍ ଜାରି ରହିଛି । ସେହିପରି ଆରଜେଡି ନେତ୍ରୀ ବୀଣା ଦେବୀ ପଛୁଆ ରହିଛନ୍ତି ।

Related Posts