ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ ଆକାଶରେ ଆଉ ଉଡ଼ିପରିବନି ପାକିସ୍ଥାନ ବିମାନ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନେଉଛି ଗତିଆ ପରେ ଗୋଟିଏ ବଡ଼ ପଦକ୍ଷେପ । ତେବେ ପାକିସ୍ତାନ ବିମାନ ପାଇଁ ନିଜ ଆକାଶ ମାର୍ଗ ବନ୍ଦ କରିଛି ଭାରତ । ୨୦୨୫ ମେ ୨୩ ପର୍ଯ୍ୟନ୍ତ ସମସ୍ତ ପାକିସ୍ତାନୀ ଏୟାରଲାଇନ୍ସ ପାଇଁ ଏହାର ଏୟାରସ୍ପେସ ବନ୍ଦ କରିଦେଇଛି । ଏଥିପାଇଁ ଭାରତ ନୋଟମ (ନୋଟିସ ଟୁ ଏୟାର) ଜାରି କରିଛି । ପୂର୍ବରୁ ଭାରତୀୟ ଏୟାରଲାଇନ୍ସ ପାଇଁ ପାକିସ୍ତାନ ନିଜ ଆକାଶ ମାର୍ଗ ବନ୍ଦ କରିଥିଲା । ଭାରତର ଏହି ପଦକ୍ଷେପ ପାକିସ୍ତାନକୁ ଆର୍ଥିକ ଭାବରେ କ୍ଷତି ପହଞ୍ଚାଇବ । ଭାରତୀୟ ବାୟୁସୀମାକୁ ଏଡାଇବା ପାଇଁ ପାକିସ୍ତାନୀ ବିମାନଗୁଡ଼ିକୁ ଏବେ ଲମ୍ବା ରାସ୍ତା ବ୍ୟବହାର କରିବାକୁ ପଡିବ । ଫଳରେ ବିମାନ ଯାତ୍ରାର ଦୂରତା ଏବଂ ସମୟ ବୃଦ୍ଧି ପାଇବ ।
ଫଳରେ ଇନ୍ଧନ ବ୍ୟବହାର ବୃଦ୍ଧି ପାଇବ ଓ ଖର୍ଚ୍ଚ ଅଧିକ ହେବ । ଯାହାର ବୋଝ ଯାତ୍ରୀମାନଙ୍କ ଉପରେ ପଡ଼ିବ । ପାକିସ୍ତାନ ଏବଂ ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଏସିଆକୁ ଏବଂ ସେଠାରୁ ଆସୁଥିବା ବିମାନଗୁଡ଼ିକ ବିଶେଷ ଭାବରେ ପ୍ରଭାବିତ ହେବ । କାରଣ ସେମାନଙ୍କୁ ଭାରତ ସାରା ଭ୍ରମଣ କରିବାକୁ ପଡିବ । ଦୂରତା ଅଧିକ ଥିବାରୁ ଯାତ୍ରୀଙ୍କ ଯାତ୍ରା ସମୟ ବହୁତ ବଢ଼ିଯିବ । ବର୍ଦ୍ଧିତ ମୂଲ୍ୟ ଏବଂ ଅଧିକ ଯାତ୍ରା ସମୟ କିଛି ଯାତ୍ରୀ ପାକିସ୍ତାନୀ ଏୟାରଲାଇନ୍ସରେ ଯାତ୍ରା କରିବାରୁ ଅମଙ୍ଗ ହୋଇପାରନ୍ତି । ଏହା ଫଳରେ ବିମାନ କମ୍ପାନୀଗୁଡ଼ିକର ରାଜସ୍ୱ କ୍ଷତି ହୋଇପାରେ ।





