ମହାପ୍ରଭୁଙ୍କ ଦର୍ଶନ କଲେ ପୋଲିସ ଡିଜିପି ସୁନୀଲ ବଂଶଲ

ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ନୂଆ କରି ଦାୟିତ୍ୱ ନେଇଥିବା ପୋଲିସ ଡିଜିପି ସୁନୀଲ ବଂଶଲ | କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗତ ୩୧ ତାରିଖରେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ସୁନୀଲ ବଂଶଲ ।

ଯେହେତୁ ନୂଆ ବର୍ଷ ପାଇଁ ଭିଡ ଆଶଙ୍କାରେ ଶ୍ରୀମନ୍ଦିର ୩୧ ଓ ୧ ତାରିଖ ଦୁଇ ଦିନ ବନ୍ଦ ଥିଲା । ନୂଆ କରି ଦାୟିତ୍ୱ ନେବା ପରେ ବଂଶଲ ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି । ସାଥିରେ ମଧ୍ୟ ଡିଜିପିଙ୍କ ପତ୍ନୀ ମଧ୍ୟ ଶ୍ରୀମନ୍ଦିର ଯାଇଛନ୍ତି ।

ସେପଟେ ୩ ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବା ପରେ ଆଜି ଖୋଲିଛି | ନୂଆବର୍ଷରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ଆଜିଠୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି । ଏହି ଭିତରେ ରବିବାରରେ ଶ୍ରୀମନ୍ଦିର ସାନିଟାଇଜ୍ କରାଯାଇଛି ।

ନୂଆବର୍ଷରେ ଜଗା ଦର୍ଶନ ବନ୍ଦ ରହିଥିବାବେଳେ ଆଜି ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଏଥିପାଇଁ କଟକଣା କଡ଼ା କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛଇ । ଓମିକ୍ରନ ସଂକ୍ରମଣ ଆତଙ୍କ ଦେଖାଦେଇଛି । ଭକ୍ତମାନେ ବ୍ୟାରିକେଡ଼ ଭିତରେ ସାମାଜିକ ଦୂରତା, ମାସ୍କ ଓ କୋଭିଡ଼ର ସମସ୍ତ ନିୟମକୁ ମାନି ଦର୍ଶନ କରିବାକୁ ନିବେଦନ କରାଯାଇଛି ।

Related Posts