ମହିଳା ବିଶ୍ଵକପ ଜିତିବା ପରେ ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ Tata Sierra

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ମହିଳା ବିଶ୍ଵକପ ଜିତିବା ପରେ ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ Tata Sierra। ଟାଟା ସିଏରା ୨୫ ନଭେମ୍ବର, ୨୦୨୫ରେ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଟାଟା ମୋଟର୍ସ ଘୋଷଣା କରିଛି ଯେ, ଭାରତୀୟ ମହିଳା କ୍ରିକେଟ ଦଳକୁ ଟାଟା ସିଏରାର ପ୍ରଥମ ପିଢ଼ି ଉପହାର ଦିଆଯିବ। ତେବେ ନିଜର ଅଦମ୍ୟ ସାହାସ ବଳରେ ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ମହିଳା ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଥିଲା।

ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ବିଶ୍ୱକପ୍ ଜିତିଥିଲେ। ଏହି ଉପଲକ୍ଷେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟକୁ ପାଳନ କରିବା ପାଇଁ ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଏକ ଅନନ୍ୟ ପଦକ୍ଷେପ ନେଇଛି। କମ୍ପାନି ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଥିବା ନୂତନ Tata Sierra SUV ଉପହାର ଦେବ ବୋଲି ନିଷ୍ପତ୍ତି ନେଇଛି। ଏହା କେବଳ ଏକ ଉପହାର ନୁହେଁ, ବରଂ ସେମାନଙ୍କର ଅଦମ୍ୟ ସାହସ, ସମର୍ପଣ ଏବଂ ଦେଶପ୍ରେମ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

Related Posts