ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ମିଥ୍ୟା ଝାଡୁଦାର ଚାକିରିର ପ୍ରଲଭୋନ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ। ତେବେ ୧୨ ହଜାର ଟଙ୍କା ମିଛ ଚାକିରି ବିକ୍ରି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ଥାନା ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି । ଏମାନେ ଏକ ବର୍ଷ ମଧ୍ୟରେ ୪ ଜିଲ୍ଲା ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାର ପାଖାପାଖି ୨ ହଜାର ଲୋକଙ୍କୁ ଫସାଇ ୨ କୋଟି ଟଙ୍କାର ଠକେଇ କରିଛନ୍ତି।
ସେମାନେ ଆଗାମୀ ଦିନରେ ଆହୁରି ବଡ଼ଧରଣର ଠକେଇ ଯୋଜନା କରୁଥିଲେ, ଯାହାକୁ ପୁଲିସ ପଣ୍ଡ କରିଦେଇଛି। ଅଭିଯୁକ୍ତମାନଙ୍କଠାରୁ ୬୨.୧ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଗଲେ ଆହୁରି ତଥ୍ୟ ଜଣାପଡ଼ିବ। ଏହି ବଡ଼ଧରଣର ନିଯୁକ୍ତି ଠକେଇରେ ସୌମ୍ୟ ସାହୁ ନାମକ ଜଣେ ଛଦ୍ମବ୍ୟକ୍ତି ସହିତ ଆହୁରି ଅନେକ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଶୀଘ୍ର ପୁଲିସ ଗିରଫ କରିବ ଓ ଅବଶିଷ୍ଟ ଟଙ୍କା ଜବତ କରିବାକୁ ଉଦ୍ୟମ କରିବ ବୋଲି ପୋଲିସ ସୂଚନା ଦେଇଛି ।





