ମୋ ଶବ୍ଦକୁ ଅନ୍ୟ କୌଣସି ଭାବରେ ନିଅନ୍ତୁ ନାହିଁ, ମୁଁ ମୋଦୀଙ୍କ ରାଜନୈତିକ କ୍ୟାରିୟର ବର୍ବାଦ କରିବାକୁ ଚାହେଁନି: ଡୋନାଲ୍ଡ ଟ୍ରମ୍ପ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜର ଧରିଛି । ତେବେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍‌ରେ ରିପୋଟରମାନଙ୍କୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଥିଲେ “ପିଏମ୍‌ ମୋଦୀ ଟ୍ରମ୍ପଙ୍କୁ ଭଲ ପାଆନ୍ତି।” ଏହାପରେ ତୁରନ୍ତ ସ୍ପଷ୍ଟୀକରଣ ଦେଇ ଟ୍ରମ୍ପ କହିଥିଲେ ଆପଣ ‘ଲଭ’ ଶବ୍ଦର ଅର୍ଥ ଅଲଗା ଭାବେ ନିଅନ୍ତୁ ନାହିଁ। କାରଣ ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ କ୍ୟାରିୟର ବର୍ବାଦ କରିବାକୁ ଚାହେଁନି।ଟ୍ରମ୍ପ କହିଥିଲେ “”ମୋଦୀ ଜଣେ ମହାନ ବ୍ୟକ୍ତି। ସେ ଟ୍ରମ୍ପଙ୍କୁ ଭଲ ପାଆନ୍ତି। ତେବେ ମୁଁ ଚାହୁଁନାହିଁ ଯେ ଆପଣ ଏହି ଭଲପାଇବା ଶବ୍ଦକୁ ଅନ୍ୟ କୌଣସି ଭାବରେ ନିଅନ୍ତୁ। ମୁଁ ତାଙ୍କର ରାଜନୈତିକ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ।” ଏହାପରେ ଟ୍ରମ୍ପ ଭାରତ ଏକ ଅବିଶ୍ୱସନୀୟ ଦେଶ ଏବଂ ପ୍ରଧାନମନ୍ତ୍ରୀ ମୋଦି ଜଣେ ସମୟୋଚିତ ନେତା ବୋଲି କହିଥିଲେ। ଟ୍ରମ୍ପ କହିଛନ୍ତି “ମୁଁ ବର୍ଷ ବର୍ଷ ଧରି ଭାରତକୁ ଦେଖି ଆସୁଛି। ଏହା ଏକ ଅବିଶ୍ୱସନୀୟ ଦେଶ, ଏବଂ ପ୍ରତିବର୍ଷ ତୁମର ଜଣେ ନୂଆ ନେତା ଆସିବେ। କେତେକ କ୍ଷମତାରେ କିଛି ମାସ ପାଇଁ ରହିବେ, ପରେ ବଦଳିଯିବେ। ଏହା ବର୍ଷ ପରେ ବର୍ଷ ଚାଲିଥିଲା। କିନ୍ତୁ ମୋର ବନ୍ଧୁ(ମୋଦୀ) ଏବେ ବହୁତ ଦିନ ଧରି କ୍ଷମତାରେ ରହିଛନ୍ତି।” ଅନ୍ୟପଟେ ଟ୍ରମ୍ପ ପୁଣିଥରେ ଭାରତ ମୋଦୀଙ୍କ ବିଷୟରେ ମିଛ ବୟାନ ଦେଇଥିଲେ। ଗତକାଲି ମୋଦୀ ତାଙ୍କୁ ଫୋନ ଋଷ ଠାରୁ ତେଲ କିଣିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ସେ ଦାବି କରିଥିଲେ। ଯାହାକୁ ଭାରତ ଖଣ୍ଡନ କରିଛି।

Related Posts