” ମୋ ସାଇକେଲ ଯୋଜନା- ଲୋକସେବା ଭବନ ର ଉଦ୍ଦେଶ୍ୟ ପୂରଣ ହୋଇଛି ” ; ସତ୍ୟ ନାୟକ

ସତ୍ୟପାଠ ( ବ୍ୟୁରୋ) : ” ମୋ ସାଇକେଲ” ବିଫଳତାକୁ ନେଇ ପୁଣି ଥରେ ରାଜ୍ୟ ସଯାରଙ୍କ ଉପରକୁ ଆଙ୍ଗୁଳି ଉଠେଇଛି କଂଗ୍ରେସ। “ଆଗ କୁ ପୌରାଞ୍ଚଳ ନିର୍ବାଚନ, ଲୋକଙ୍କୁ ଲୁଭେଇବା ପାଇଁ ସରକାର ବହୁତ ହରକତ କରିବେ। ଲୋକଙ୍କ ପଇସାରେ ଲୋକଙ୍କୁ କିଭଳି ଚୂନା ଲଗାଯାଏ, ଓଡିଶl ହେଇଛି ତାହାର ଗବେଷଣାଗାର। ରାଜ୍ୟ ପ୍ରଶାସନ ର ମୁଖ୍ୟାଳୟ ଲୋକସେବା ଭବନ ର ମୁଖ୍ୟ କାମ ହେଉଛି ବିଜୁ ଜନତା ଦଳ ର ନିର୍ବାଚନୀ ଏଜେଣ୍ଡା କୁ କାର୍ଯ୍ୟକାରୀ କରିବା ବୋଲି ଅଭିଯୋଗ ଆଣିଛନ୍ତି ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ନାୟକ। ଏହାର ସବୁଠାରୁ ଦୁଇଟି ବଡ଼ ଉଦାହରଣ ହେଉଛି ବିଜୁ ଯୁବ ବାହିନୀ ଓ ମୋ ସାଇକେଲ ଯୋଜନା ବୋଲି କହିଛି କଂଗ୍ରେସ।

ହଜାରେ ବାହାନା ସତ୍ବେ ମୋ ସାଇକେଲ ଯୋଜନା ସମ୍ପୂର୍ଣ ଯେ ପୁରା ପୁରି ଗୋଟେ ଫ୍ଳପ୍ ସୋ ତାହା ଏବେ ରାଜଧାନୀ ର ରାଜରାସ୍ତା କଡ଼ରେ ଦେଖିବାକୁ ମିଳୁଛି। ରଙ୍ଗ ବେରଙ୍ଗର ମାଳ ମାଳ ସାଇକେଲ ଛିଡା ହୋଇଥିଲେ ମଧ୍ୟ କାଁ ଭାଁ ଲୋକେ ଏହାକୁ ବ୍ୟବହାର କରୁଛନ୍ତି ।

ମୋ ସାଇକେଲ ଯୋଜନା ସାଧାରଣ ଲୋକଙ୍କ ପାଇଁ ବିଫଳ ହୋଇଛି ଏଥିରେ ଦ୍ଵିଉକ୍ତି ନାହିଁ। ମାତ୍ର ଏ ଯୋଜନା ଶତ ପ୍ରତିଶତ ପ୍ରଶାସନର ମୁଖ୍ୟାଳୟ ଲୋକସେବା ଭବନ ର ଉଦ୍ଦେଶ୍ୟ କୁ ପୂରଣ କରିଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି କହିଛନ୍ତି ସତ୍ୟ ନାୟକ। କାରଣ ଗତ ବିଶ୍ଵକପ ହକି ଟୁର୍ଣ୍ଣାମେଣ୍ଟ ବେଳେ ମୋ ସାଇକେଲ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଟି କୋଟି ଟଙ୍କା ବ୍ୟୟ କରି ପ୍ରାଇଭେଟ୍ ସଂସ୍ଥା ର ପରିଚାଳନାରେ ପ୍ରାୟ ୨୦୦୦ ସାଇକେଲ ରେ ଆରମ୍ଭ କରାଯାଇଥିଲା ଏହି ଯୋଜନା। ସରକାରଙ୍କ ମୂଳ ଉଦ୍ଦେଶ୍ୟ ଥିଲା ବିଶ୍ଵକପ ବେଳେ ମୋ ସାଇକେଲ ଯୋଜନା ମାଧ୍ୟମରେ ନିଜର ଇମେଜ marketing କରିବା। ଏବଂ ନିର୍ଦ୍ଦିଷ୍ଟ କର୍ପୋରେଟ ସଂସ୍ଥାକୁ ଅନୁଗ୍ରହ ଦେଖାଇବା । ଏଵଂ ଏହି ଦୁଇଟା କଥା ସରକାରଙ୍କ ଉଦ୍ଦେଶ୍ୟ ମୁତାବିକ ପୂରଣ ହୋଇଛି। ମାତ୍ର ସାଧାରଣ ଲୋକଙ୍କର କାମରେ ସରକାରଙ୍କ “ମୋ ସାଇକେଲ” ଆସିପାରିଲା ନାହିଁ ବୋଲି ସତ୍ୟ ନାୟକ କହିଛନ୍ତି। ମାର୍କେଟ ରେ ସାଇକେଲ ର ଚାହିଦା ରହିଛି ଏବଂ ବହୁ ସଂଖ୍ୟାରେ ସାଇକେଲ ମଧ୍ଯ ବିକ୍ରି ହେଉଛି, ଅଥଚ ମୋ ସାଇକେଲ ର ସାଇକେଲ କୁ ଲୋକେ କାହିଁକି ବ୍ୟବହାର କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହାର ମୁଖ୍ୟ କାରଣ ହେଉଛି, ସରକାର ଲୋକଙ୍କର ଆବଶ୍ୟକତା ଏବଂ କେଉଁ ଡିଜାଇନ୍ ର ସାଇକେଲ ସାଧାରଣ ଲୋକଙ୍କର କାମରେ ଆସିପାରିବ ତାକୁ ବିଚାରକୁ ନ ନେଇ ସରକାର ମୋ ସାଇକେଲ ଯୋଜନା କରିଥିବାରୁ ଏହି ଯୋଜନା ଆଜି ପଙ୍ଗୁ ଅବସ୍ଥାରେ ପଡ଼ିରହିଛି ବୋଲି ଅଭିଯୋଗ ଆଣିଛନ୍ତି ସତ୍ୟ ନାୟକ।

ରାଜଧାନୀରେ ବିଶ୍ୱକପ୍‍ ହକି ଆୟୋଜନ ସହିତ ଏହାର ଅନ୍ୟତମ ଆକର୍ଷଣ ଥିଲା ମୋ ସାଇକେଲ ଚଳାଚଳ । ଭୁବନେଶ୍ୱର ସ୍ମାର୍ଟସିଟି ମିଶନ ଏସ୍‍ପିଭି ଦ୍ୱାରା ମୋ ସାଇକେଲ ଯୋଜନାରେ ୨୦୦୦ ସାଇକେଲ ଖରିଦ ସହିତ ସହରର ବିଭିନ୍ନ ସ୍ଥାନରେ ଏହା ରଖାଯାଇଥିଲା । ଏଥିପାଇଁ ବ୍ୟାପକ ଖର୍ଚ୍ଚରେ ସାଇକେଲ ଷ୍ଟାଣ୍ଡ ତିଆରି ହୋଇଥିଲା । ନୂଆ ନୂଆ ଲୋକେ ଏଥିପ୍ରତି ଆଗ୍ରହ ପ୍ରକାଶ ସହିତ ଅର୍ଥ ଖର୍ଚ୍ଚକରି ସାଇକେଲ ଚଳାଉଥିଲେ। ୫ କୋଟି ଟଙ୍କା ବ୍ୟୟରେ ଖରିଦ ହୋଇଥିବା ୨୦୦୦ ସାଇକେଲ ମଧ୍ୟରୁ ଏବେ ରାସ୍ତାରେ ହଜାରେ ସାଇକେଲ ଗଡିବା ସହିତ ଏହାର ରକ୍ଷଣା ବେକ୍ଷଣ କରାଯାଉଛି । ହେଲେ ଏଥି ମଧ୍ୟରୁ ମାତ୍ର ହାତଗଣତି କେତୋଟିକୁ ଲୋକେ ବ୍ୟବହାର କରୁଛନ୍ତି । ସହର ଭିତରେ ତିଆରି ହୋଇଥିବା ଅନେକ ସାଇକେଲ ଷ୍ଟାଣ୍ଡ ଖାଲି ପଡିଥିବାବେଳେ ଆଉ କେତେକରେ ସାଇକେଲ ଉପରେ ଧୂଳି ଜମି ଗଲାଣି ।

ନିକଟରେ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀର ସାଇକେଲ କବାଡିଆକୁ ବିକ୍ରି ହେବା ଓ ଏହାକୁ ନେଇ ଥାନାରେ ମାଲି ମୋକଦ୍ଦମା ହୋଇଥିଲା । ତେବେ କିଏ କାହିଁକି କବାଡିଆକୁ ସାଇକେଲ ବିକ୍ରିକଲା ଓ ଏ ସଂକ୍ରାନ୍ତରେ କି କାର୍ଯ୍ୟାନୁଷ୍ଠାନ ହେଲା ତାହା ସାଧାରଣ ଲୋକେ ଜାଣିପାରିଲେ ନାହିଁ । ପୋଲିସ କଣ ତଦନ୍ତ କଲା ଓ ରିପୋର୍ଟ କାହାକୁ ଦେଲା ଓ ସେ ବ୍ୟକ୍ତି କଣ କାର୍ଯ୍ୟନୁଷ୍ଠାନ ନେଲେ ତାହା ଏବେ ବି ସନ୍ଦେହ ଘେରରେ

ମୋ ସାଇକେଲ ପାଇଁ କର୍ତ୍ତୃପକ୍ଷ ପ୍ରସ୍ତୁତ କରିଥିବା ଆପ୍‍ ବି ଠିକଣା ଭାବେ କାର୍ଯ୍ୟ ନକରିବା ଲୋକଙ୍କ ଅନାଗ୍ରହର ଅନ୍ୟତମ କାରଣ ପାଲଟିଛି । କେଉଁ କମ୍ପାନୀର ସାଇକେଲ କେଉଁଠାରେ କେତୋଟି ରହିଛି ତାହା ଆପ୍‍ରେ ଦର୍ଶାଇବା କଥା । ହେଲେ ତାହା ଠିକଣା ଭାବେ କାର୍ଯ୍ୟକାରୀ କରୁନାହିଁ । ଇତି ମଧ୍ୟରେ ସହରର ଏକାଧିକ ସ୍ଥାନରେ ଥିବା ସାଇକେଲ ଷ୍ଟାଣ୍ଡରେ ପୂର୍ଣ୍ଣଛେଦ ପଡିଗଲାଣି ।

ଅବସ୍ଥା ଏଭଳି ହୋଇଛି ଯେ ଶିକ୍ଷାନୁଷ୍ଠାନ ନିକଟରେ ଥିବା ମୋ ସାଇକେଲକୁ ଚଳାଇବାକୁ ବି ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହାର ଗୋଟିଏ ଉଦାହରଣ ହେଉଛି ରାଜଧାନୀ କଲେଜ ସମ୍ମୁଖରେ ଏକାଧିକ ମୋଇକେଲ ଉପରେ ଧୂଳି ଜମିବା । ଅନ୍ୟ ବହୁ ସ୍ଥାନରେ ବି ସମାନ ଅବସ୍ଥା । କେଉଁଠି ସାଇକେଲର ଧୂଳି ଜମିଛି ତ ଆଉ କେଉଁଠି ଏହାର ସିଟ୍‍କୁ କିଏ ଖୋଲି ନେଲାଣି ।

Related Posts