ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସକୁ ବଡ ସଫଳତା । ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଦଲାଲ ଓ ଘର ମାଲିକଙ୍କୁ ଗିରଫ କରିଛି ପୁଲିସ । ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଛାଡି ଦେଇ ଯାଇଥିଲେ ମୁଖ୍ୟ ଅଭିଯୁକ୍ତ ।
ହସ୍ପିଟାଲରେ ଦିଆଯାଇଥିବା ଫୋନ୍ ନମ୍ବର ଅଧାରରେ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି। ଜେରା ପରେ ପୂରା ସତ ସାମ୍ନାକୁ ଆସିଛି । ଗିରଫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପୀଡିତା । ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲଗାଇଛି ପୁଲିସ । ଏହାସହ ଝାଡଖଣ୍ଡ ପୋଲିସ ସହ ଯୋଗାଯୋଗ କରାଯାଇଥିବା କହିଛନ୍ତି ପୋଲିସ କମିସନର। ଜଣେ ୧୬ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।





