ଲ୍ୟାଣ୍ତଫଲ୍‌ ପ୍ରକ୍ରିୟା ସତ୍ତ୍ୱେ ଓଡ଼ିଶାରେ ପ୍ରଭାବ ପଡ଼ିନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାତ୍ୟାକୁ ନେଇ ସାରା ରାଜ୍ୟ ପ୍ରସ୍ତୁତ ଥିବା ବେଳେ ମୂଖ୍ୟମନ୍ତ୍ରୀ ବାତ୍ୟାକୁ ନେଇ ପ୍ରେସମିଟ କରିଥିବାର ଦେଖିବାକୁ ମିଳିଛି । ତେବେ ୮ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ଓ ଏସ୍‌ଆରସିଙ୍କ ସହ ସମୀକ୍ଷା । ଲ୍ୟାଣ୍ତଫଲ୍‌ ପ୍ରକ୍ରିୟା ସତ୍ତ୍ୱେ ଓଡ଼ିଶାରେ ପ୍ରଭାବ ପଡ଼ିନାହିଁ । କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଗୋଟିଏ ସ୍ଥାନରେ ପାହାଡ଼ ଧସିଛି । ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୭,୮୧୭ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଏପର୍ଯ୍ୟନ୍ତ ୨,୧୯୮ ଗର୍ଭବତୀଙ୍କୁ ମେଡିକାଲରୁ ନିଆଯାଇଛି । ଆବଶ୍ୟକ ହେଲେ ତ୍ୱରିତ୍‌ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Related Posts